ଅନଲାଇନ୍‌ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଡାଟା ଯୋଗାଇଦିଅ : ଏଆଇଡିଏସ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡ଼ିଶା ଦାବୀ ଦିବସ ଉପଲକ୍ଷେ ଆଜି ଏଆଇଡିଏସ୍‌ଓ ଛାତ୍ର ସଙ୍ଗଠନ ବଲାଙ୍ଗିର ଶାଖା ପକ୍ଷରୁ ଛାତ୍ର ପ୍ରତିନିଧି ମାନେ ବିଦ୍ୟାଳୟ ତଥା ମାହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ୍‌ ଶିକ୍ଷା ପାଇଁ ମାଗଣାରେ ମୋବାଇଲ ଡାଟା ଯୋଗାଇଦେବା ଦାବୀରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦାବୀ ଦିବସ ପାଳନ କରାଯାଇଛି । ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ କରି କୁହାଯାଇଛି ଯେ, ବର୍ତମାନ କରୋନା କଟକଣା ଯୋଗୁଁ ଅନ୍‌ ଲାଇନ୍‌ ମୋଡରେ ପାଠପଢ଼ା ଚାଲିଛି, ଏହାର ସୁଯୋଗ ନେଇ ଅଧିକ ମୁନାଫା ଆଶାରେ ଟେଲିକମ୍‌ କମ୍ପାନୀମାନେ ଡାଟା ପ୍ୟାକ୍‌ର ଅହେତୁକ ମୂଲ୍ୟବୃଦ୍ଧି କରିଚାଲିଛନ୍ତି । ଯାହାଫଳରେ ଗରିବ ଏବଂ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ବୋଝ ବଢିଚାଲିଛି । ଯେତେବେଳେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି, ଲକ୍ଷ ଲକ୍ଷ ଲୋକ କର୍ମ ସଂସ୍ଥାନ ହରାଇଛନ୍ତି, ସେହି ସମୟରେ କମ୍ପାନୀମାନଙ୍କର ଏହି ମନମୁଖୀ ନିଷ୍ପତିରେ ସରକାରଙ୍କର ନିରବତାକୁ ସଙ୍ଗଠନ ତରଫରୁ ଦୃଢ଼ ନିନ୍ଦା କରାଯିବା ସହ ଛାତ୍ର ଛାତ୍ରୀମାନଙ୍କୁ ମାଗଣାରେ ମୋବାଇଲ ଡାଟା ଯୋଗାଇଦେବା ପାଇଁ ସରକାରଙ୍କ ଠାରେ ଦୃଢ଼ ଦାବୀ କରାଯାଇଛି । ଆଜିର ଦାବୀ ଦିବସରେ ଜିଲ୍ଲା ସମ୍ପାଦକ ମଧୁସୁଦନ ବାଗଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.