oum

ଉଲ୍ଲେଖନୀୟ ଅବଦାନ ଯୋଗୁଁ ବାଳକ ବାଳିକାଙ୍କୁ ଜାତୀୟ ସାହାସିକତା ପୁରସ୍କାର ପାଇଁ ମନୋନୟନ ପତ୍ର ଦାଖଲ୍‌ କରିବାକୁ ଆହ୍ୱାନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଶିଶୁ ମଙ୍ଗଳ ପରିଷଦ, ନୂଆଦିଲ୍ଲୀ ପକ୍ଷରୁ ୬ ବର୍ଷରୁ ୧୮ ବର୍ଷର ବାଳକ ବାଳିକାଙ୍କୁ ସାହାସିକତା କ୍ଷେତ୍ରରେ ପ୍ରତିବର୍ଷ ସାହସିକ ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ସାହାସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୬ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ବାଳକ ବାଳିକାଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ସାମାଜିକ କୁସଂସ୍କାର ତଥା ଅପରାଧ ବିରୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଉପରୋକ୍ତ ବୟସର ଯେଉଁ ବାଳକ କିମ୍ବା ବାଳିକା ମାନେ ଦୃଷ୍ଟାନ୍ତମୂଳକ ସାହାସ ଦେଖଇଥିବେ, ସେମାନେ ଏହି ପୁରସ୍କାର ପାଇଁ ମନୋନୟନ ପତ୍ର ଦାଖଲ କରିପାରିବେ । ମନୋନୟନ ପତ୍ର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସୁପାରିଶ ସହ ଭାରତୀୟ ଶିଶୁ ମଙ୍ଗଳ ପରିଷଦ, ନୂଆଦିଲ୍ଲୀ ଠାରେ ପହଂଚିବାର ଶେଷ ତାରିଖ ଅକ୍ଟୋବର ମାସ ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏ ସଂପର୍କିତ ଅଧିକ ବିବରଣୀ ପରିଷଦର ୱେବ୍‌ସାଇଟ୍‌ www.iccw.co.inରେ ଉପଲବ୍ଧ ଅଛି । ଏହି ସାହାସିକତା ପୁରସ୍କାର ପାଇଁ ବଲାଙ୍ଗିର ଜିଲ୍ଲାର ୬ ବର୍ଷରୁ ୧୮ ବର୍ଷ ବୟସର ଯୋଗ୍ୟ ବାଳକ ବାଳିକା ମାନେ ଜିଳ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗିରଙ୍କ ସହ ଅଧିକ ବିବରଣୀ ପାଇଁ ଯୋଗାଯୋଗ କରିପାରିବେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଟେଲିଫୋନ୍‌ ନମ୍ବର ୦୬୬୫୨-୨୩୧୮୮୬ ଏବଂ ମୋବାଇଲ ନମ୍ବର ୯୪୩୮୪୦୫୧୬୬ରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଜଣାଇଛନ୍ତି ।

Leave A Reply

Your email address will not be published.