ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ଶିଶୁମାନଙ୍କ ମାନଙ୍କ ନିକଟସ୍ଥ ଦମକଳ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର ଶିଶୁ ବାଟିକା ଶୈକ୍ଷିକ ସଂଯୋଜିକା ଶ୍ରୀମତୀ ବି. ସୁଶୀଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦମକଳ କେନ୍ଦ୍ରର ଅଧିକାରୀଙ୍କ ସହଯୋଗରେ ଶିଶୁମାନେ ସେଠାରେ ଅତ୍ୟାଧୁନିକ ଯନ୍ତ୍ରାଂଶ ସହିତ କର୍ମଚାରୀଙ୍କ ନିଆଁଲିଭାର କୌଶଳ ଓ ହଠାତ ଘଟିଯାଇଥିବା ଦୁର୍ଘଟଣାରେ ଆହାତଙ୍କ ତୁରନ୍ତ ସହଯୋଗ କରିବା ନମୁନା ଦେଖାଇଥିଲେ । ଶେଷରେ ଦମକଳ କେନ୍ଦ୍ରର ସହଯୋଗ ପାଇଁ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବାଟିକା ଶ୍ରେଣୀର ଶିଶୁ ମାନଙ୍କ ସହିତ କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟା ଉପସ୍ଥିତ ଥିଲେ ।