
ଭୁବନେଶ୍ୱର, (କେପିଏନ୍ଏସ୍) : ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ, ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ନନ୍ଦାହାଣ୍ଡି ବ୍ଲକ୍ରେ ଛାତ୍ରଛାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି ଆଗ୍ରହ ସହକାରେ ଅହିଂସା ରଥକୁ ସ୍ୱାଗତ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।