ଅହିଂସା ଛକରେ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୪୭ରେ ପଦ୍ମପୁର ସ୍ଥିତ ବଡ଼ପଡ଼ାରେ ଅହିଂସା କ୍ଲବ ଗଠନ କରାଯାଇ ଛକରେ ଏକ ଅହିଂସା ସ୍ତମ୍ଭ ନିର୍ମାଣ କରାଯାଇଥିଲା ଓ ସେହି ସ୍ଥାନକୁ ଅହିଂସା ଛକ ଭାବରେ ନାମିତ କରାଯାଇଥିଲା । ବଡପଡାବାସୀଙ୍କ ଅନୁରୋଧ କ୍ରମେ ଅହିଂସା ଛକରେ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ କରକମଳରେ ଏକ ଗୋଷ୍ଠୀ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କାଉନସିଲର ଚିନ୍ମୟ ପଣ୍ଡା, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, କାଉନସିଲର ପ୍ରମିଳା ମେହେର ଅତିଥି ଭାବେ ଯୋଗ ଦେଇଥିଲେ । ରାଧା ବଲ୍ଲଭ ପାଣିଗ୍ରାହୀ, ଗୋବିନ୍ଦ ଅଗ୍ରୱାଲ, ମନୋରଞ୍ଜନ ଦୋରା, ସୁନୀଲ ଅଗ୍ରୱାଲ, ରଞ୍ଜୁ ସେଟ, ପ୍ରମୋଦ ମେହେର, ଅନ୍ତର୍ଯ୍ୟାମୀ ସରାଫ, ମୁନଚୁ ସରାପ, ବାସୁଦେବ ଦୋରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଦ୍ମପୁର ଲାୟନ୍ସ କ୍ଲବ ପକ୍ଷରୁ ଏକ ଶବ ବାହକ ଗାଡି ଯୋଗାଇ ଦେବାକୁ ସାଂସଦକୁ ନିବେଦନ କରାଯାଇଥିଲା ।

Leave A Reply

Your email address will not be published.