ହାଇଓ୍ୱା ଓ ବୋଲେରୋ ମୁହାଁମୁହିିଁ ଧକ୍କା : ୨ ଆହତ

ଭୁବନେଶ୍ୱର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଛକରେ ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ୱା ଏବଂ ବୋଲେରୋ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଉଡିଗଲା ଟ୍ରାଫିକ୍‌ ପୋଷ୍ଟ । ଏହି ଟ୍ରାଫିକ୍‌ ପୋଷ୍ଟ ସହ ସିସିଟିଭି, ସିଗ୍‌ନାଲ ଲାଇଟ୍‌ ନଷ୍ଟ ହୋଇ ଚୁର୍‌ମାର ହୋଇଯାଇଛି । । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଛକରେ ଘଟିଛି ଦୁର୍ଘଟଣା । ଏକ ହାଇଓ୍ୱା ଏବଂ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା । ଯେଉଁଥିରେ ଉଭୟ ଗାଡିର ଚାଳକ ଆହତ ହୋଇଛନ୍‌ନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Leave A Reply

Your email address will not be published.