ସ୍କୁଟିକୁ ଧକ୍କା ଦେଇ ଜଳିଗଲା କାର୍ : ୬ ଆହତ

ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏଠାରେ କାର୍‌ ଏକ ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସିପଡ଼ିଛି କାର୍ । ଦୁର୍ଘଟଣାରେ ଜଳି ଯାଇଛି କାର୍ । ପିପିଲି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି । ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଏକ ଷଣ୍ଢକୁ ରକ୍ଷା କରିବାକୁ ଯାଇ କାର୍‌ଟି ସ୍କୁଟିକୁ ଧକ୍କା ଦେଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

Leave A Reply

Your email address will not be published.