ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ : ୧୨ ମୃତ, ୬ ଆହତ

ନୂଆଦିଲ୍ଲୀ : ଚୀନ୍‌ରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ପରିସ୍ଥିତି ଉପୁଜିଛି । ଏହି ଭୂସ୍ଖଳନରେ ଗୋଟିଏ ପରିବାରର ୧୮ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି । ସେଥିମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ମଧ୍ୟ ଚୀନ୍‌ର ହେଙ୍ଗୟାଙ୍ଗ ସହରର ୟୁଏଲିନ ଗାଁରେ ପାହାଡ ଉପରେ ହଠାତ୍ ଆସିଥିବା ବନ୍ୟା ଯୋଗୁଁ ଏକ ଭୂସ୍ଖଳନ ଘଟିଥିଲା । ଏଥିରେ ଏକ ଘରର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୧୮ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ୬ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାୟ ୨୫୦ କର୍ମଚାରୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.