ନିର୍ମାଣାଧୀନ ହସ୍ପିଟାଲ୍‌ର କାନ୍ଥ ଭୁଶୁଡି ମହିଳା ମୃତ, ୯ ଗୁରୁତର ଆହତ

ନୂଆଦିଲ୍ଲୀ : ଦିଲ୍ଲୀର ଦ୍ୱାରକା ସେକ୍ଟର ୧୨ରେ ଭୁଶୁଡିଲା ନିର୍ମାଣାଧୀନ ହସ୍ପିଟାଲର କାନ୍ଥ । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ ମହିଳା ଜଣଙ୍କ ଉତ୍ତରପ୍ରଦେଶର ଝାନସୀର ଦେବୀ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ହସ୍ପିଟାଲ୍‌ର ବେସ୍‌ମେଣ୍ଟରେ କିଛି ଶ୍ରମିକ କାମ କରୁଥିଲେ । ଉକ୍ତ ସମୟରେ ବେସ୍‌ମେଣ୍ଟର କାନ୍ଥ ଭୁଶୁଡ଼ିଯାଇଥିଲା । ଫଳରେ ତା’ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ । ତୁରନ୍ତ ସମସ୍ତ ଶ୍ରମିକଙ୍କୁ ବାହାର କରି ହସ୍ପିଟାଲତରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଦେବୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.