om academy

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ , ୨୪ ଆହତ

jsm

ଗାଜିଆବାଦ : ରାତି ୨ଟା ସମୟରେ ମୁରାଦନଗର ପୂର୍ବାଞ୍ଚଳ ପେରିଫେରାଲ୍ ଏକ୍ସପ୍ରେସୱେରେ ଥିବା ରେୱାରି ରେଭଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପଛରୁ ଆସୁଥିବା ଏକ ଟ୍ରକ୍ ପାର୍କିଂ କ୍ୟାଣ୍ଟରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇସର କ୍ୟାଣ୍ଟର ଗଣୁର ହରିୟାଣାଭଟ୍ଟରୁ ଉତ୍ତରପ୍ରଦେଶର ହର୍ଦ୍ଦୋଇକୁ ଯାଉଥିଲା । ଏହି ଗାଡିରେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୨୭ ଜଣ ଲୋକ ଯାତ୍ରା କରୁଥିଲେ । କ୍ୟାଣ୍ଟରରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ଘଟିଥିଲା । ଖବର ପାଇ ପୁଲିସ୍ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

Leave A Reply

Your email address will not be published.