om academy

ବାଇକ୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ : ପୁଅ ମୃତ, ବାପା ଆହତ

jsm

ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ରାଞ୍ଚି-ବିଜୟୱାର୍ଡା ରାସ୍ତା ବାଘବର ପତ୍ରଫଡ଼ି ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କୋଇଲା ବୋଝେଇ ଟ୍ରକ୍ ଏକ ବାଇକ୍ ଉପରେ ଚାପି ଦେଇଛି । ଦୁର୍ଘଟଣାରେ ବାଇକ୍‌ରେ ବସିଥିବା ବିଏସି ନର୍ସିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ବାପା ଆହତ ହୋଇଛନ୍ତି । କ୍ଷତି ପୂରଣ ଦାବିରେ ସ୍ଥାନୀୟ ଉତ୍ତ୍ୟକ୍ତ ଜନସାଧାରଣ ରାସ୍ତାରୋକ କରିଛନ୍ତି । ସୂଚନା ଅନୁସାରେ, ବାଇକ୍‌ ଚାଳକ ବାଘବର ପଞ୍ଚାୟତ ଅନ୍ତର୍ଗତ ଆମ୍ବଖୋଳ ଗ୍ରାମର ଭାଗ୍ୟରଥି ପ୍ରଧାନ (୫୦) ଓ ପୁଅ ମୁକେଶ ପ୍ରଧାନ (୧୯) । ନିଜ ବାଇକ୍ (ଗାଡ଼ି ନଂ -ଓଡି-୧୯ଏଫ-୭୪୯୬) ଯୋଗେ ବାଘବର ମାର୍କେଟ୍‌କୁ କିଣାକିଣି ପାଇଁ ଯାଇଥିଲେ । ସକାଳ ୧୦ଟା ୩୦ରେ ଘରକୁ ଫେରିବା ବେଳେ ଦେବଗଡ଼ ପଟୁ କରଲଗା ଆଡ଼କୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍ ଚାପି ଦେଇଥିଲା । ଭାଗ୍ୟରଥି ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିବାବେଳେ ମୁକେଶ ଚକ ତଳେ ଚାପି ହୋଇଥିଲେ । ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ଛେଣ୍ଡିପଦା ମେଡିକାଲ୍‌କୁ ନେଇଥିଲେ । ଡାକ୍ତର ମୁକେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ପିତା ଭାଗ୍ୟରଥି ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.