ଚଢ଼ିଗଲା ତେଲ ଟ୍ୟାଙ୍କର : ଡାକ୍ତରଖାନାରେ ଆହତ ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଦିନ ୩.୧୫ ସମୟରେ ଟିଟିଲାଗଡ଼ ପୁରୁଣା ବ୍ୟାଙ୍କ ଛକଠାରେ ତେଲ ଟ୍ୟାଙ୍କର ଗାଡ଼ିର ପଛ ଛକରେ ପଶିଗଲେ ସର୍ଗିଗୁଡ଼ାର କୈଳାଶ ସାହୁ । କୈଳାଶଙ୍କ ବାମ ଗୋଡ ଉପରେ ଚକ ମାଡ଼ି ଯାଇଥିବା ବେଳେ ଗୋଟିଏ ଗୋଡ ପୁରା ଚକଟି ହୋଇଯାଇଥିବା କୁହାଯାଉଛି । ଉପସ୍ଥିତ ଲୋକେ କୈଳାଶଙ୍କୁ ଉଦ୍ଧାର କରି ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଡ୍ରାଇଭର୍‌ ତ୍ରିଲୋଚନ ଖଟୁଆଙ୍କୁ ଥାନାକୁ ଆଣି ପୋଲିସରେ ଜିମା ଦିଆଯାଇଛି । କୈଳାଶ କେନ୍ଦୁଲିଫ୍‌ ଅଫିସରେ କାର୍ଯ୍ୟ କଚରୁଥିବା ସୂଚନା ରହିଛି ।

Leave A Reply

Your email address will not be published.