ଘାଟିରେ ଓଲଟିଲା ଅଟୋ : ୧୮ ଜଣ ଆହତ

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ଜଣାପଡିଛି । ଝରିଗାଁର ଚନ୍ଦାହାଣ୍ଡି ଘାଟିରେ ଅଟୋ ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମଳିଛି । ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସମସ୍ତଙ୍କୁ ନିକଟତର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.