ପିକଅପ୍ ଭ୍ୟାନ ଓଲଟି ୧୫ରୁ ଅଧିକ ଆହତ, ୩ ଗୁରୁତର

ଉଦଳା : ପିକଅପ୍ ଭ୍ୟାନ ଓଲଟି ୧୫ରୁ ଅଧିକ ଆହତ ୩ ଗୁରୁତର । କପ୍ତିପଦା ଥାନା ଭୁଣ୍ଡାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଲ କାମ ପାଇଁ ଶ୍ରମିକମାନଙ୍କୁ ନେଇ ଏକ ପିକଅପ୍ ଭ୍ୟାନ୍ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନାନୁଯାୟୀ, ଶରତ ଥାନା କଟୁରିଆ ଅଞ୍ଚଳରୁ ଶ୍ରମିକମାନଙ୍କୁ ନେଇ ଏକ ପିକଅପ୍ ନୂଆସାହି ଅଭିମୁଖେ ଆସୁଥିଲା । ହେଲେ ଭୁଣ୍ଡାସାହି ଛକ ନିକଟରେ ଭାରସାମ୍ୟ ହରାଇ ପିକଅପଟି ରାସ୍ତା କଡକୁ ଓଲଟି ପଡିଥିଲା । ଯାହାଫଳରେ ପିକଅପରେ ଥିବା ଉଭୟ ମହିଳା ଏବଂ ପୁରୁଷ ଶ୍ରମିକମାନେ ଆହତ ହୋଇଥିଲେ । ପ୍ରାୟ ୧୫ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ୩ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ କପ୍ତିପଦା ଏବଂ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ସମସ୍ତ ଶ୍ରମିକ କଟୁରିଆ ଅଞ୍ଚଳର ବୋଲି ଜଣାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.