om academy

ଦୋକାନ ଉପରକୁ ବୋମାମାଡ଼, ଦୋକାନୀ ଆହତ

jsm

ଯାଜପୁର : ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଚମ୍ପାପୁରଠାରେ ଥିବା ଏକ ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଫଳରେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଚମ୍ପାପୁରଠାରେ ଥିବା ଗୋପାଳନାଥଙ୍କ ଭେରାଇଟି ଷ୍ଟୋର ଉପରକୁ ଦୁଇଟି ବୋମା ପକାଇ ଫେରାର ହୋଇଯାଇଥିଲେ । ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଚି ତଦନ୍ତ ଚଳାଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି ତାହ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.