
ଖଲ୍ଲିକୋଟ : କଲକତାରୁ ବାଙ୍ଗାଲୋର ଯାଉଥିବା ଏକ କଣ୍ଟେନର ଭାରସାମ୍ୟ ହରାଇ ଛତ୍ରପୁର ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥରେ ଓଲଟି ପଡ଼ିଥିବା ଖବର ମିଳିଛି । ସୂଚନା ଥାଉକି, ଗତକାଲି ବିଳମ୍ବିତ ରାତିରେ ଏକ କାଠ ବୋଝେଇ କଣ୍ଟେନର କେଏ ୫୨ ବି ୩୪୩୮ ଛତ୍ରପୁର ସ୍ଥିତ ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥ ଉପରେ ଏକ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା । ଜାତୀୟ ରାଜପଥ ଉପରେ ଗାଡିଟି ଓଲଟି ପଡିଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ୱ ଯାତାୟାତ ବନ୍ଦ ରହିଛି । ଘଟଣାର ଖବର ପାଇ ଛତ୍ରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।