ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ : ୨୦ରୁ ଅଧିକ ଯାତ୍ରୀ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ । ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଇଲାକା ପଣ୍ଡୁଆ ରାସ୍ତାରେ ଏହି ଘଟଣା ଘଟିଛି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଯାଇଛି । ସୂଚନା ମୁତାବକ, ଜଗନ୍ନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଆଜି ସକାଳୁ ପରଜଙ୍ଗରୁ ପ୍ରାୟ ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିଲା । ହେଲେ ପଣ୍ଡୁଆ ନିକଟସ୍ଥ କନ୍ତିଓକାଟେଣୀ ରାସ୍ତାରେ ଭାରସାମ୍ୟ ହରାଇ ବସଟି ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା । ଫଳରେ ବସରେ ବସିଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ପଣ୍ଡୁଆ ଫାଣ୍ଡି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

jittmm
Leave A Reply

Your email address will not be published.