oom

ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌ ; ମହିଳା ମୃତ ଜଣେ ଆହତ

jsmm

ଖୋର୍ଦ୍ଧା : ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ବୋଲଗଡ ବ୍ଲକ ସ୍ଥିତ ପିଚୁକୁଳି ପଞ୍ଚାୟତ ନିକଟସ୍ଥ ଟୀକାତାଳ ଟୋଲଗେଟ ତାରିଣୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌କୁ ପଛରୁ ପିଟିଲା ମାଲବାହୀ ଟ୍ରକ୍‌ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚାଳକ ଆହତ ହୋଇଛନ୍ତି । ଉଭୟଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଥିବା ବେଳେ ସେମାନେ ରାଜସୁନାଖଳାର ବୋଲି ଲୋକେ କହୁଛନ୍ତି । ସୂଚନା ମୁତାବକ, ବାଇକ୍‌ରେ ୨ ଜଣ ଯାତ୍ରୀ ରାଜସୁନାଖଳାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଟୀକାତାଳ ତାରିଣୀ ଛକରେ ଏକ ମାଲବାହୀ ଟ୍ରକ୍‌ ଡ୍ରାଇଭରର ଆଖି ଲାଗି ଯାଇଥିଲା । ଫଳରେ ଟ୍ରକ୍‌ଟି ଉକ୍ତ ବାଇକ ପଛରେ ପିଟି ହୋଇଥିଲା । ଯାହା ଫଳରେ ବାଇକ୍‌ରେ ଯାଉଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ବାଇକ୍‌ ଚାଳକ ଆହତ ହୋଇଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣାସ୍ଥଳରେ ବେଗୁନିଆ ପୁଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।

jittmm
Leave A Reply

Your email address will not be published.