
ଉଲୁଣ୍ଡା : ଘରର ରାସ୍ତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ମାରପିଟ୍ରେ ଉଭୟ ପରବାରର ୮ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କରୁଣାକର ମେହେର, ଲକ୍ଷ୍ମୀଧର ମେହେର, ରାମା ମେହେର, ସବିତା ମେହେର, ସତ୍ୟ ମେହେର, ଗନଶ ମେହେର, ରମେଶ ମେହେର ଏବଂ ମଧୁ ମେହେର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଉଦେପଦର ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଉଦେପଦର ଗାଁର କରୁଣାକର ମେହେର ଏବଂ ଗଂସ ମେହେରଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଘରର ରାସ୍ତାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ତେବେ ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ଘରର ରାସ୍ତାକୁ ନେଇ ଉଭୟ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା । ଫଳରେ ଉଭୟ ପରିବାରର ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଲୁଣ୍ଡା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।