ommm
jittmm

ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌ : ୨୦ ଆହତ

ରେଢାଖୋଲ : ଘରୋଇ ବସ୍‌କୁ ପଛରୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌ଫ । ଦୁର୍ଘଟଣାରେ ବସ୍‌ରେ ଥିବା ୨୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲୁହାପଙ୍କ ନିକଟ ୫୫ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ସୂଚନାଅନୁସାରେ ଶୁକ୍ରବାର ସକାଳେ ଅନୁଗୁଳ ପାତ୍ରପଡାରୁ ସମ୍ବଲପୁର ଆସୁଥିଲା ଗଜଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ । ସମ୍ବଲପୁର -ଅନୁଗୁଳ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ଉକ୍ତ ବସ୍‌କୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଦୁର୍ଘଟଣା ଯୋଗୁ ବସ୍‌ରେ ଥିବା ୩୫ ଜଣରୁଅଧିକ ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ ଟ୍ରକ୍‌ ଚାଳକକୁ ପୁଲିସ୍ ଗିରଫ କରିଛି ।

Leave A Reply

Your email address will not be published.