centurian jitm

ଅନୁସୂୟା ଦେବତାଙ୍କୁ ମିଳିଲା ‘ଅହଲ୍ୟା ସ୍ମୃତି’ ସମ୍ମାନ

nschool

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା ‘ଅହଲ୍ୟା ସ୍ମୃତି ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ଉତ୍କଳ ରତ୍ନ ଲକ୍ଷ୍ମୀଧର ରାଉତଙ୍କ ପ୍ରତିଷ୍ଠିତ ‘ବାଣୀପୀଠ’ ମୟୂରଭଞ୍ଜର ୪୨ତମ କବିତା ପଠନ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା ତଥା ସ୍ବର୍ଗତ ରାଉତଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଓଡ଼ିଶାର କୋଣ ଅନୁକଣେ ଥିବା ବିଭିନ୍ନ ପ୍ରତିଭାଧାରୀ ମାନଙ୍କ ପ୍ରତିଭାକୁ ଜନ ମାନସରେ ଅଙ୍କୁରିତ କରିବାର ପ୍ରୟାସ ନେଇ ସୃଷ୍ଟି ହୋଇଥିବା ଏହି ‘ବାଣୀପୀଠ’ ଆଜି ଅର୍ଦ୍ଧଶତକର ନିକଟବର୍ତ୍ତୀ । ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବାଣୀପୀଠର ଉପଦେଷ୍ଟାଙ୍କ ସଭାପତିତ୍ବ କ୍ରମେ ଆୟୋଜିତ ଏହି ମହୋତ୍ସବର ପ୍ରଥମ ପର୍ୟ୍ୟାୟରେ ପ୍ରଫେସର ଡଃ ହୀରାଲାଲ ଦାଶ, ପ୍ରଫେସର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ କେନ୍ଦୁଝର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଦ୍ଵିତୀୟ ପର୍ୟ୍ୟାୟରେ ବିଧାୟକ, ବଡ଼ସାହି ନିର୍ବାଚନ ମଣ୍ଡଳୀର ସନାତନ ବିଜୁଳି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଏହି କାର୍ୟ୍ୟକ୍ରମର ଦୁଇଟି ପର୍ୟ୍ୟାୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଆଜିର କୁମାର ପାତ୍ର, ଓଡ଼ିଆ ଜାଗରଣ ମଂଚର ସଭାପତି ଶରତ ଚନ୍ଦ୍ର ନାୟକ, ସମ୍ପାଦିକା ରେବତୀର ଭୂମି କନ୍ୟା ସୁବାଷିନୀ ଜେନା, ସାହିତ୍ୟ ଏକାଡେମୀର ପଦ୍ମନାଭ ସାହୁ, ସରୋଜିନୀ ରଥ, ଡଃ ଲକ୍ଷ୍ମଣ ସାହୁ, ଡଃ ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ବିଶିଷ୍ଟ ସାହିତ୍ୟବିତ୍ ଓ ଭାଷାବିଦ ମଞ୍ଚାସୀନ ହୋଇଥିଲେ । ଏଥିରେ ଓଡ଼ିଶାର ପଚାଶ ଜଣରୁ ଅଧିକ ପ୍ରତିଭା ମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅତାବିରା ବ୍ଲକର ଅନନ୍ୟ ପ୍ରତିଭା ଧାରିଣୀ ଶ୍ରୀମତୀ ଅନୁସୂୟା ଦେବତାଙ୍କୁ ସମାଜ ସେବା ଓ ସାହିତ୍ୟ ସାଧନା ଆଦି ପାଇଁ ” ଅହଲ୍ୟା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ଦେବତା ପେସାରେ ଜଣେ ଶିକ୍ଷୟିତ୍ରୀ, କିନ୍ତୁ ନିଶା ତାଙ୍କର ସମାଜ ସେବା ।

ନିଜର ପାରିବାରିକ ତଥା ଚାକିରିର ସମସ୍ତ ଦାୟିତ୍ୱ ସମ୍ପାଦନ କରିବା ସହିତ ସେ ବିଭିନ୍ନ ପ୍ରକାର ସେବାମୂଳକ କାର୍ଯ୍ୟ କରି ଶାନ୍ତି ଅନୁଭବ କରୁଥିବା ସେ କହିଛନ୍ତି । ଭୟଂକର କରୋନା ମହାମାରୀ ସମୟରେ ସମସ୍ତେ ଘର ଭିତରେ ଲୁଚି ରହିଥିବା ବେଳେ ସେ, ଅଧିବାସୀ ଅଧ୍ୟୁଷିତ ଗ୍ରାମମାନଙ୍କୁ ବୁଲି ତାଙ୍କୁ ସଚେତନ କରିବା ସହ ତାଙ୍କୁ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ, ପୋଷାକ ଆଦି ବଣ୍ଟନ କରିଥିଲେ । ସାହିତ୍ୟ ସାଧନାରେ ମଧ୍ୟ ସେ ଅଞ୍ଚଳର ଜଣେ ଲେଖିକା ଭାବରେ ବେଶ ପରିଚିତ । ଏହା ବ୍ୟତୀତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ମଧ୍ୟ ବେଶ୍ ଚର୍ଚ୍ଚିତ । ଏହି ସମ୍ମାନ ପାଇ ସେ ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣିଛନ୍ତି । ନାରୀ ମାନଙ୍କ ପାଇଁ ବିଶେଷ କରି ସେ ଏକ ଉଦାହରଣ ପଲଟି ଯାଇଛନ୍ତି ।

Leave A Reply

Your email address will not be published.