ls

ଅଗ୍ନିକାଣ୍ଡରେ ଦୁଇବଖରା ପୋଡ଼ି ପାଉଁଶ

sb

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ବନ୍ଦାମୁହି ହରିଜନ ସାହିରେ ରାତି ୨ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ସୂଚନା ମୁତାବକ, ବେରୁଆବାରୀ ପଞ୍ଚାୟତର ବନ୍ଦାମୁହି ହରିଜନ ସାହିର ପ୍ରଭାତ ନାଏକ, ଜଗନ୍ନାଥ ନାଏକ ରାତ୍ରି ଭୋଜନ ସାରି ଶୋଇଥିବା ସମୟରେ ଘରେ ନିଆଁ ଲାଗିଥିବା ଜାଣିପାରି ଜୀବନ ବିକଳରେ ଘରୁ ପରିବାର ସହିତ ବାହାରି ଆସିଥିଲେ । ସେହି ସମୟରେ ବାହାଡ଼ା ଝୋଲା ଫରେଷ୍ଟର ସନାତନ ସ୍ୱାଇଁ ଓ ଷ୍ଟାଫ୍ ନିଆଁ ଲାଗିଥିବାର ଦେଖି ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ସହ ଓଡ଼ଗାଁ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ଓଡ଼ଗାଁ ଦମକଳବାହିନୀ ନିଆଁ ଲିଭାଇଥିଲେ । ଘରର ପ୍ରତ୍ୟେକ ଜିନିଷ ପୋଡ଼ିଯିବା ସହ ଘରେ ଥିବା ଟଙ୍କା ଓ ସୁନା, ଆଧାରକାର୍ଡ, ଭୋଟର ପରିଚୟ ପତ୍ର ସମେତ ସମସ୍ତ ଆବଶ୍ୟକ କାଗଜ ପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି । କେହି ଦୁର୍ବୁତ୍ତ ଜାଣିଶୁଣି ଏ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।

pc pk
Leave A Reply

Your email address will not be published.