ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା ଘର : ୨ ଗାଈ ଆହତ

ପାଟକୁରା : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତର ଶିକଳ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯିବା ସହିତ ୨ ଗାଇ ଆହାତ ହେଇଛନ୍ତି । ଖବର ଅନୁଯାୟୀ ତଳକୁସୁମା ସିକଳ ଗ୍ରାମର ସୁକାନ୍ତ ରାଉତ, ପ୍ରଶାନ୍ତ ରାଉତ, ସୁମନ୍ତ ରାଉତ ଏହି ଅଗ୍ନିକାଣ୍ଡର ଶିକାର ହୋଇଛନ୍ତି । ଘର ଜଳିବାର ଦେଖି ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଗୁହାଳଘରେ ବନ୍ଧା ହେଇଥିବା ୨ ଟି ଗାଇକୁ ଫିଟେଇ ଦେଇଥିଲେ । ଖବରପାଇ ଗରଦପୁର ଓ କୋରୁଆ ଅଗ୍ନିଶ୍ରମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘର ମଧ୍ୟରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ତଳକୁସୁମା ସରପଂଚ ଓ ସମିତି ସଭ୍ୟ ପହଞ୍ଚି ବିପନ୍ନ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ କହିଛନ୍ତି ।

Leave A Reply

Your email address will not be published.