ଭୟାବହ ଅଗ୍ନିକାଣ୍ଡ : ଜଳିପୋଡ଼ି ପାଉଁଶ ହୋଇଗଲା ୫୦ ବସ୍ତାରୁ ଅଧିକ ଧାନ

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମଣ୍ଡିଆ ପଞ୍ଚାୟତର ଟୁବୁକା ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ୧୧ କେ.ଭି ତାର ଛିଣ୍ଡିଯିବାରୁ ବିଦ୍ୟୁତ୍ ସର୍ଟସର୍କିଟ୍ ଘଟି ଧାନ କଳେଇ ଗଦାରେ ନିଆଁ ଲାଗି ଯାଇଛି, ଫଳରେ ୫୦ ବସ୍ତାରୁ ଅଧିକ ଧାନ ଜଳିପୋଡ଼ି ଛାରଖାର ହୋଇଯାଇଥିବା ଜଣାପଡିଛି । ଟୁବୁକା ଗାଁର ଚାଷୀ ସନ୍ତୋଷ ଜେନା ଧାନକୁ ଅମଳ କରି ବସ୍ତାରେ ଖଳାରେ ରଖିଥିଲା ଚାଷୀ । ତେବେ ନିଆଁ ଲାଗି ସମସ୍ତ ଧାନ କଳେଇ ଗଦା ପୋଡି ପାଉଁଶ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଏବଂ ମାଲୁଦ ଅଗ୍ନିଶମ ବିଭାଗ ପହଁଚି ନିଆଁ ଆୟତ୍ତ କରିଛି ।

Leave A Reply

Your email address will not be published.