om academy

କଲେଜ ୱାଡ଼େନ୍ କ୍ୱାର୍ଟରରେ ଅଗ୍ନିକାଣ୍ଡ

jsm

ଚୌଦ୍ୱାର : ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ସଂଲଗ୍ନ ୱାଡ଼େନ୍ କ୍ୱାର୍ଟରରେ ଗୁରୁବାର ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟି ଘର ଭିତରେ ଥିବା ବହୁ ମାତ୍ରାରେ ଆସବାବପତ୍ର ପୋଡ଼ି ଯାଇଛି । ଉକ୍ତ କ୍ୱାର୍ଟରରେ ରହୁଥିବା ୱାଡ଼େନ୍ ଦାୟିତ୍ୱରେ ଥିବା ଅଧ୍ୟାପକ ବସନ୍ତ କୁମାର ବିଶ୍ୱାଳ ସକାଳେ ସପରିବାର ବାହାରକୁ ଯାଇଥିବା ବେଳେ ହଠାତ୍ କ୍ୱାର୍ଟର ଭିତରୁ ଧୂଆଁ ବାହାରୁଥିବା ଦେଖି କଲେଜର କିଛି କର୍ମଚାରୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଘରର ତାଲା ଭାଙ୍ଗି ଭିତରେ ପଶିବା ସହିତ ନିଆଁକୁ ଆୟତ୍ତ କରିଥିଲେ । ଘରର ପୂଜାଘରେ ନିଆଁ ଲାଗି ତା’ ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ଯାଇଥିବା ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଦେବତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.