oum

ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୮ ବଖରା ଘର, ଜୀବନ୍ତ ଦଗ୍ଧ ହୋଇଗଲେ ଗୃହପାଳିତ ପଶୁ

jsm

ଯାଜପୁର : ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୮ ବଖରା ଘର ଜଳିବା ସହ ଗୃହପାଳିତ ପଶୁମାନେ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ତେବେ ଏହି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମର ବିକଳୀ ସାହୁଙ୍କ ଘରେ । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ବେଙ୍ଗପୁର ଗ୍ରାମର ବିକଳୀ ସାହୁଙ୍କ ପରିବାର ଲୋକେ ଶୋଇଥିବା ବେଳେ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ନିଆଁ ଦ୍ରୁତ ଗତିରେ ଘର ସାରା ବ୍ୟାପି ଯାଇଥିଲା । ଫଳରେ ଘରର ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ବିକଳୀଙ୍କ ପରିବାର ଲୋକେ ନିଆଁ ଦାଉରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ଘରେ ଥିବା ଗୃହପାଳିତ ପଶୁ ବାଛୁରୀ, ଛେଳି, ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ପାଇ ବରୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି ।

Leave A Reply

Your email address will not be published.