କଟକ, (କେପିଏନ୍ଏସ୍) : ବେଆଇନ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଆହତ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାଟି ଘଟିଛି କଟକ ସଦର ଥାନା ଅନ୍ତର୍ଗତ ଖଲରଧା ପ୍ରଦୀପ ପ୍ୟାଲେସ ସମୁଖରେ ଥିବା ସାମଲ ସାହିରେ । ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ସ୍ଥାନରେ ବେଆଇନ ବାଣ ତିଆରି ହେଉଥିବାବେଳେ ନିଆଁ ଲାଗିଯିବାରୁ ସୁରେଶ ଭୋଇ ନାମକ ଜୈନେକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଚଣ୍ଡ ଶବ୍ଦ ସହ ଧୂଆଁରେ ଅଞ୍ଚଳଟି ଅନ୍ଧକାର ହୋଇଯାଇଛି । ବେଆଇନ ବାଣ ତିଆରି ହେଉଥିବା ଘର ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଘଟଣା ସ୍ଥଳରୁ ବାଣ କାରଖାନା ମାଲିକ ଫେରାର ଥିବା ସୂଚନା ମିଳିଛି । ଖବର ପାଇ କଟକ ସଦର ଥାନା ଅଧିକାରୀ ତୁଷାର କାନ୍ତ ସେଠି ଦମକଳ ବାହିନୀ ସହ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରି ତଦନ୍ତ ଚଲାଇଛନ୍ତି । ତେବେ, ତଦନ୍ତପରେ ସ୍ପଷ୍ଟ ହେବ କିଭଳି ନିଆଁ ଲାଗି ଏତେବଡ ଘଟଣା ଘଟିଲା ବୋଲି ଥାନା ଅଧିକାରୀ ଜଣାଇଛନ୍ତି । ଅନ୍ୟପକ୍ଷରେ କାହା ଇଙ୍ଗିତରେ ବର୍ଷବର୍ଷ ଧରି ସଦର ଥାନା ଅଞ୍ଚଳରେ ବେଆଇନ ବାଣ କାରଖାନା ଚାଲୁଥିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
Next Post