ଏସି ବିସ୍ଫୋରଣରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଏସି ବିସ୍ଫୋରଣରେ ନୋଇଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନୋଇଡା ସେକ୍ଟର ୧୦୦ର ଲୋଟ୍‌ ବ୍ଲୁ ବାର୍ଡ ସୋସାଇଟିର ଏକ ଫ୍ଲାଟ୍‌ରେ ଏହି ଏସି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଘଟି ସମଗ୍ର ଫ୍ଲାଟରେ ନିଆଁ ଲାଗିଗଲା ଏବଂ ଏହା ଶୀଘ୍ର ସୋସାଇଟିରେ ଥିବା ଅନ୍ୟ ଫ୍ଲାଟଗୁଡିକରେ ବି ବ୍ୟାପିଗଲା । ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ ଉତ୍ତାପ ମଧ୍ୟରେ ଘଟିିଥିବା ଏହି ଅଗ୍ନିକାଣ୍ଡ ସହରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ପ୍ରଭାବିତ ଫ୍ଲାଟରୁ ପ୍ରବଳ ଧୂଆଁ ବାହାରୁଥିବାରୁ ନିକଟସ୍ଥ ଫ୍ଲାଟରେ ରହୁଥିବା ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ । ଏହି ଘଟଣାରେ କୌଣସି ଜନଜୀବନ କ୍ଷୟକ୍ଷତି ସମ୍ପର୍କରେ ଏ ପର୍ଯ୍ୟନ୍ତ ଖବର ମିଳିନାହିଁ । ପୁଲିସର ମୁଖପାତ୍ର ପିଟିଆଇକୁ କହିଛନ୍ତି ଯେ, ଘଟଣା ଘଟିବା ପରେ ଅଗ୍ନିବାହୀନି ଅଧିକାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା ।

Leave A Reply

Your email address will not be published.