ଇଲେକ୍ଟ୍ରୋନିକ୍ସ ଦୋକାନ ଗୋଦାମ ଗୃହରେ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଗୋପାଲଜୀ ମନ୍ଦିର ସାମ୍ନା ଏକ ଇଲେକ୍ଟ୍ରୋନିକ୍ସ ଦୋକାନର ଗୋଦାମ ଗୃହରେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଜଣାପଡିଛି । ଏହି ଦୋକାନର ମାଲିକ ଲଲିତ ବାରିକ୍ ବୋଲି ଜଣାପଡିଛି । ତେବେ ଗୋଦାମରେ ଥିବା କିଛି ପଙ୍ଖା, କୁଲର୍‌, ଅନ୍ୟ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ଯାଇଥିବା ବେଳେ ବଲାଙ୍ଗିର ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.