om academy

ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

jsm

ଚନ୍ଦନେଶ୍ଵର : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଭୋଗରାଇର ସୀମାନ୍ତ ସାହାବାଜିପୁର ପଞ୍ଚାୟତ ଅଧୀନସ୍ଥ ସେହି ଗାଁର ଝଣ୍ଟୁ ଦଳପତିଙ୍କ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ ବି ସଫଳ ହୋଇ ନଥିଲେ । ତେବେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ଦୋକାନ ବନ୍ଦ କରି ଝଣ୍ଟୁ ଦଳପତି ଘରେ ପହଞ୍ଚିବା ପରେ ନିଆଁ ଲାଗିଥିବା ଖବର ପାଇଥିଲେ । ଏଥିରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.