ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଆଗମନକୁ ନେଇ ପ୍ରସ୍ତୁତି ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆସନ୍ତା ୨୬ ତାରିଖ ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ କେସିଙ୍ଗା ହୋଇ ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ କେସିଙ୍ଗାରେ ସଭାପତିଙ୍କ ସମ୍ମାନରେ ଏକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ନଗର ସଭାପତି ପିଙ୍କୁ ପରିଡ଼ା ପ୍ରକାଶ କରିଛନ୍ତି ଏ ନେଇ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପ୍ରସ୍ତୁତି ଅନୁସାରେ ସଭାପତିଙ୍କୁ କେସିଙ୍ଗାରୁ ୧୫ କିମି ଦୂର ଅମାଠ ଛକ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ କେସିଙ୍ଗାକୁ ପାଛୋଟି ଅଣାଯାଇ ସ୍ଥାନୀୟ ପୁରୁଣା ଷ୍ଟେଟ ବ୍ୟାଙ୍କ ପାଖରେ ସଭାପତି ଙ୍କୁ କେସିଙ୍ଗା ନଗରର ଶତାଧିକ ବିଜେପି କର୍ମୀଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି କେସିଙ୍ଗା ବିଜେପି ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.