
ବଲାଙ୍ଗିର, (କେପିଏନ୍ଏସ୍) : ପରିବେଶ ଅଧ୍ୟୟନ କେନ୍ଦ୍ର ,ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଧନ୍ଵନ୍ତରୀ ଇକୋକ୍ଳବ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଟୁରାପାଲି ସହଯୋଗରେ ବାଦୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଟୁରାପାଲି ଗ୍ରାମର ଅମୃତ ସରୋବରଠାରେ ଜାତୀୟ ଆଦ୍ରଭୂମି ସଂରକ୍ଷଣ ଉପରେ ସଚେତନତା ଦିବସ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅବନୀ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କିରଣ ସାହୁ ମୁଖ୍ୟ ଅତିଥି, ସମିତି ସଭ୍ୟା ସୁକାନ୍ତି ସାହୁ ସମ୍ମାନିତ ଅତିଥି ଇକୋକ୍ଳବ ଶିକ୍ଷକ ହରେକୃଷ୍ଣ ତ୍ରିପାଠୀ ଯୋଗଦେଇ ଆଦ୍ର ଭୂମି ସଂରକ୍ଷଣ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଗତ ଜାନୁଆରୀ ୧୫ ତାରିଖଠାରୁ ଛାତ୍ରଛାତ୍ରୀ କୁଟୁରାପାଲି ସ୍ଥିତ ଅମୃତ ସରୋବର ସଫେଇ କାର୍ଯ୍ୟପ୍ରମରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଆଦ୍ରଭୂମି ସଂରକ୍ଷଣ ସମ୍ପର୍କିତ ଶିକ୍ଷା ପ୍ରଦାନ ସହିତ ପ୍ରବନ୍ଧ, ଚିତ୍ରାଙ୍କନ,ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ମଦନ ସାହୁ, ସଦାନନ୍ଦ ସାହୁ, ସୁରେଶ କୁମାର ପଟେଲ ସହଯୋଗ କରିଥିଲେ ।