ଆଦ୍ରଭୂମି ସଂରକ୍ଷଣ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାପିପଲ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରିଥିଲେ । ପରେ ଗ୍ରାମର ପୋଖରୀ ତୁଠରେ ଛାତ୍ରଛାତ୍ରୀମାନେ ଆଦ୍ରଭୂମିର ସୁରକ୍ଷା ପାଇଁ ଜଣେ ଜଣେ ଆଦ୍ରଭୂମି ମିତ୍ର ଭାବେ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା କୁଇଜ, ବକୃତା, ଚିତ୍ରାଙ୍କନ, ସ୍ଲୋଗାନ ଲିଖନ, ପୋଖରୀ ସଫେଇ ଆଦି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଟେଲ, ଗୋବିନ୍ଦ ଥାଟି, ଜିବାନନ୍ଦ ଖମାରୀ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଇକୋକ୍ଲବ ଇନ୍ ଚାର୍ଜ ପ୍ରକୃତି ବନ୍ଧୁ ଶିକ୍ଷକ ଜୟକୃଷ୍ଣ ନାଏକ ପରିଚାଳନା କରିଥିବା ବେଳେ ଯୁଧିଷ୍ଠିର ଡାଙ୍ଗ, ଲାଲବାହାଦୁର ବାରିକ, ତୀର୍ଥରାଜ ପଧାନ, ଶ୍ରୀପତି ପାତ୍ର, ସୁନାବିର ନାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.