ସିଂହିଯୁବା ହାଇସ୍କୁଲରେ ଆନ୍ତର୍ଜାତୀୟ ଆଦ୍ରଭୂମି ସଂରକ୍ଷଣ ଦିବସ ପାଳିତ

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୁବାଠାରେ ରବିବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପାଶୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଆଦ୍ରଭୂମି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଗାୟତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ବଲପୁରର ଜୀବ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମାମିନା ଭୋଇ ସାଧନ କର୍ମୀଭାବରେ ଯୋଗଦେଇ ଆଦ୍ରଭୂମିର ଆବଶ୍ୟକତା, ବ୍ୟବହାର, ଉପଯୋଗିତ। ତଥା ସଂରକ୍ଷଣ ବିଷୟରେ ମାର୍ଗଦର୍ଶନ କରିଥିଲେ । ସରକାରୀ ଶିକ୍ଷକ ଶିବ ଶଙ୍କର ଭୂଏ ଆର୍ଦ୍ରଭୂମି ମିତ୍ର ଭାବରେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । “ଆମ ସାଧାରଣ ଜନତାଙ୍କ ପାଇଁ ଆଦ୍ରଭୂମିର ସଂରକ୍ଷଣ” ସମ୍ପର୍କିତ ସ୍ଲୋଗାନ ଦେଇ ସମଲେଇ ମନ୍ଦିର ପୋଖରୀଠାରୁ ସ୍କୁଲ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଏକ ରାଲି ହୋଇଥିଲା । କାର୍ଯ୍ୟକ୍ରମରେ ରାଜାରାମ ପଧାନ, କୁଞ୍ଜ ବିହାରୀ ପଣ୍ଡା , ସଦାନନ୍ଦ ପାଢୀ, ବିଜୟ ମିସ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ପଦ୍ମନାଭ ମହାଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.