oom

ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ନିମନ୍ତେ ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍ ଆଡମିଶନ୍

jsmm

ଢେଙ୍କାନାଳ, (ପିଆଇବି) : ୧୮ ଜୁନ୍ ୨୦୨୫: ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି), ଢେଙ୍କାନାଳଠାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ଖାଲି ଥିବା କିଛି ଆସନରେ ଆସନ୍ତାକାଲି ସ୍ପଟ୍ ଆଡମିଶନ୍ କରାଯିବ । ଆଇଆଇଏମସି ଢେଙ୍କାନାଳ କ୍ୟାମ୍ପସଠାରେ ଗୁରୁବାର, ୧୯ ଜୁନ୍ ପୂର୍ବାହ୍ନ ୧୧ଟା ସମୟରେ ସ୍ପଟ୍ ରାଉଣ୍ଡ୍ ନାମଲେଖା ଅନୁଷ୍ଠିତ ହେବ । ଏହି ନାମଲେଖା ପ୍ରକ୍ରିୟା ସ୍ୱତନ୍ତ୍ର ଭାବେ ଅନୁସୂଚିତ ଜାତି (ଏସସି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍) ଶ୍ରେଣୀ ସହିତ ସାଧାରଣ ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିଛି । ଇଚ୍ଛୁକ ଛାତ୍ରଛାତ୍ରୀ ସ୍ପଟ୍ ରାଉଣ୍ଡ ନାମଲେଖା ସମୟରେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେଇପାରନ୍ତି । ଯୋଗ୍ୟତା, କାଗଜପତ୍ର କିମ୍ବା ନାମଲେଖା ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜିତେନ୍ଦ୍ର ପତିଙ୍କୁ ୯୯୩୭୮୮୧୨୮୫ ନମ୍ବରରେ ଯୋଗାଯୋଗ କରିପାରିବେ ।

jittmm
Leave A Reply

Your email address will not be published.