ବଲାଙ୍ଗିରରେ ବିଶ୍ୱ ଏଡ଼ସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ଏଡ଼ସ୍‌ ଦିବସ । ସାରା ବିଶ୍ୱରେ ଜନସାଧାରଣଙ୍କ ସଚେତନତା ପାଇଁ ବିଶ୍ୱ ଏଡ଼ସ୍‌ ଦିବସ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପାଳିତ ହେଉଛି ବିଶ୍ୱ ଏଡ଼ସ୍‌ ଦିବସ । ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ପରିସରରୁ ଏକ ସଚେତନତା ର‍୍ୟାଲି ବାହାରିଥିବା ବେଳେ ଏହାକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଏଡ଼ସ୍‌ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତା ବାର୍ତ୍ତା ସହ ର‍୍ୟାଲି ସିଡ଼ିଏମ୍‌ଓ କାର୍ଯ୍ୟାଳୟ ଠାରେ ପହଂଚିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.