ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେଲା ଗୁହୁରିଆମୁଣ୍ଡା ଆଦିବାସୀ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଗୁହୁରିଆମୁଣ୍ଡା ଗ୍ରାମ ଆଦିବାସୀ କଲ୍ୟାଣ ସଂଘର ସଭାପତି ଚନ୍ଦ୍ର ଧରୁଆଙ୍କ ସଭାପତିତ୍ୱରେ ଏକ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଆଦିବାସୀମାନଙ୍କୁ ଅଣଦେଖା କରି ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଥିବାରୁ ଓଡ଼ିଶା ସରକାର ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟରୁ ବାସନ୍ଦ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ କେହି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ନାହିଁ ବୋଲି ମତପ୍ରକାଶ କରିଥିଲେ । ଏଥିରେ ଧବଳେଶ୍ଵର କୁଅଁର, ବାଳମୁକୁନ୍ଦ, ଟିକେଲାଲ୍ ଧରୁଆ, ବିଦୁ ଭୂଏ, ବିରଞ୍ଚି ଭୂଏ, ନିତ୍ୟା କୁଅଁର, ରାଜକୁମାର ଭୁଏ, ଶୁକୃ ଧରୁଆ, ମଙ୍ଗଳୁ ଧରୁଆ, ଚମରୁ ଧରୁଆ, ଯାଦୁ ଧରୁଆ, ଲକ୍ଷପତି ଧରୁଆ, କିର୍ତନ ଧରୁଆ, ମକାରୁ ଧରୁଆ, କିର୍ତ୍ତି ଧରୁଆ, ସୁଶିଲ କୁଅଁର, ମାଧ କୁଅଁର ପ୍ରମୁଖଙ୍କ ସମେତ ଶତାଧିକ ଆଦିବାସୀ ମହିଳା ପୁରୁଷ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.