jayashree

ରାଜ୍ୟ ସରକାରଙ୍କର ପରାମର୍ଶ ଦାବୀ କମିଟି ଦ୍ୱାରା ରଣା ଓ ମାଳି ଜାତିକୁ ଆଦିବାସୀ ତାଲିକାରେ ସାମିଲ ସୁପାରିସକୁ ଜୋରଦାର ବିରୋଧ କରିବ : ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମତ ପ୍ରକାଶ ପାଇଛି ଯେ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଆଦିବାସୀ ପରାମର୍ଶଦାତା କମିଟି ଦ୍ୱାରା ଓଡିଶାରେ ବସବାସ କରୁଥିବା ରଣା ଓ ମାଳି ଜାତି, ଓ.ବି.ସି ସମ୍ପ୍ରଦାୟକୁ ଓଡିଶା ଆଦିବାସୀ ତାଲିକାରେ ମିଶ୍ରଣ ପାଇଁ ରାଜ୍ୟ କ୍ୟାବିନେଟ ଦ୍ୱାରା ଅନୁମୋଦନ କରି କେନ୍ଦ୍ର ସରକାରଙ୍କୁ ସୁପାରିସ କରିବାକୁ ପ୍ରସ୍ତାବ ବା ଯୋଜନା, ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟରେ ଆଦିବାସୀାନଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାର ଆଶଙ୍କାର ବାତାବରଣ ସୃଷ୍ଟି ହେଉଥିବାର ଦେଖାଦେଇଛି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ସ୍ଥାନୀୟ ଗଣ୍ଡୱାନା ଭବନରେ ସଂଘର ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ସରକାରଙ୍କର ଏଭଳି ଭୁଲ ନିଷ୍ପତ୍ତିକୁ ଆଦିବାସୀ ନେତାମାନେ ତିବ୍ରନିନ୍ଦା କରିଥିଲେ ଏବଂ ଏହା ସରକାରଙ୍କର ଏକ ସୁପରିକଳ୍ପିତ ଆଦିବାସୀ ବିରୋଧି ଷଡଯନ୍ତ୍ର ବୋଲି ପ୍ରକାଶ କରିଥିଲେ । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଓଡିଶାରେ ବସବାସ କରୁଥିବା ୬୨ ପ୍ରକାଶ ମୂଳ ଆଦିବାସୀମାନଙ୍କର ଶିକ୍ଷା, ଅର୍ଥନୈତିକ, ସ୍ୱାସ୍ଥ୍ୟ, ନିଯୁକ୍ତି, ସାମାଜିକ ଓ ରାଜନୈତିକ ବିକାଶ କ୍ଷେତ୍ରରେ ସମ୍ପୁର୍ଣ୍ଣ ବିଫଳ ହୋଇଥିବା ବେଳେ ନିଜର ଅପାରଗତାକୁ ଲୁଚାଇବା ପାଇଁ ଏବଂ ଭୋଟ ବ୍ୟାଙ୍କକୁ ସଦୃଢ କରିବା ପାଇଁ ବିକାଶ ନାମରେ ଦିନକୁ ଦିନ ଗୋଟେ ପରେ ଗୋଟେ ଅଣଆଦିବାସୀ ତଥା ଓ.ବି.ସି. ଓ ସାଧାରଣ ବର୍ଗ ଜାତିକୁ ଆର୍ଥିକ ଅସ୍ୱଚ୍ଛଳତା ଆଧାର ଆଳରେ ଆଦିବାସୀ ତାଲିକାରେ ସାମିଲ କରିବା ପ୍ରୟାସ, ପ୍ରସ୍ତାବ ଓ ସୁପରିସକୁ ଓଡିଶାର ମୂଳ ୨୩% ଆଦିବାସୀମାନଙ୍କର ମାନସିକ ଓ ମେରୁଦଣ୍ଡକୁ ବାରମ୍ବାର କୁଠାର ପ୍ରହାର କରୁଛନ୍ତି । ବିଗତ ଦିନରେ ୧୬୯ ପ୍ରକାର ଜାତିକୁ ଆଦିବାସୀ ମାନ୍ୟତା ପାଇଁ କେନ୍ଦ୍ରକୁ ସୁପାରିଶ କରିଥିବା ତାଲିକାରେ ମଧ୍ୟ ପୁରାଣ, ଭଞ୍ଜପୁରାଣ, ତୁମୁଡିଆ, ତାମୁରିଆ, ଚମ୍ପୁଆକମାର, କୁମ୍ଭାର ଭଳି ଅନେକ ଓବିସି ଓ ସାଧାରଣ ବର୍ଗର ଜାତିକୁ ଏବଂ ବର୍ତ୍ତମାନ ରଣା ଓ ମାଳି ଭଳି ଓବିସି ବର୍ଗକୁ ଆଦିବାସୀ ତାଲିକାରେ ସାମିଲ ପ୍ରୟାସକୁ ଦୁର୍ଭାଗ୍ୟଜନକ ବୋଲି ଆଦିବାସୀ ନେତାମାନେ କ୍ଷୋଭ ପ୍ରକାଶ କରିଥିଲେ । ସରକାର ଜାଣିଶୁଣି ସଂରକ୍ଷଣ ଅଇନକୁ ଉଲଙ୍ଘନ କରୁଛନ୍ତି ବୋଲି ଆଦିବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ସରକାରଙ୍କର ଏଭଳି ଭୁଲ ନିଷ୍ପତ୍ତିକୁ ସଂଘ ରାଜ୍ୟବ୍ୟାପୀ ବିରୋଧ କରିବ । ଆସନ୍ତା ତା.୨୯/୦୯/୨୦୨୩ ବଲାଙ୍ଗିର ସହରରେ ଏକ ବିଶାଳ ଆଦିବାସୀ ମେଳି ମଧ୍ୟରେ ସରକାରଙ୍କୁ ବିରୋଧ କରାଯିବ ଏବଂ ଆସନ୍ତା ୨୦୨୪ ନିର୍ବାଚନରେ ଆଦିବାସୀମାନେ ନବୀନ ସରକାରକୁ ଉଚିତ ଜବାବ ଦେବେ ବୋଲି ସଂଘ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବନଲତା ମାଝି, ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ମହାସଚିବ ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ୱତନ୍ତ୍ର ଉନ୍ନୟନ ଅଧିକାରୀ ବ୍ରଜ ମୋହନ ବିଶୋଇ ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ହେମେନ୍ଦ୍ର ହାଁସଦା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆ, ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରିଆ, ଟିଲ୍ଲାଗଡ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ଆଗଲପୁର ବ୍ଲକ ସଭାପତି ବଳଦେବ ଭୋଇ, ସଇଁନ୍ତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ମୁରିବାହାଲ ବ୍ଲକ ସଭାପତି ରାଜୀବ କୁଅଁର, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନୋରଂଜନ ଭୋଇ, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ନିମାଇଁ ଝାଙ୍କର, ଚନ୍ଦ୍ରଶେଖର ବରିହା, ଭୁବନ କୁଅଁର, ରସିକ ଧରୁଆ, ଭୁବନ ମାଝି, ବିକ୍ରମ ଭୋଇ, ଟଙ୍କ ଧରୁଆ, ଥବିର ପୁଝାରୀ, ସନିିଲ ମାଝି, ନିତ୍ୟାନନ୍ଦ ମାଝି, ହେମନ୍ତ ମାଝି, ମାହେଶ୍ୱରୀ ମାଝି, ପତରଙ୍ଗି ମାଝି, ପ୍ରମିଲା ଭୋଇ, ପ୍ରଫୁଲ୍ଲ ପ୍ରଧାନୀ, ଦେବସିଂଗ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.