ସୁପ୍ରିମ କୋର୍ଟଙ୍କ ନିଷ୍ପତିକୁ ବିରୋଧ କରି କେସିଙ୍ଗାରେ ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା

କେସିଙ୍ଗା, (ପ୍ରୀତେଶ ପଟେଲ) : ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ଚଳିତ ମାସ ୧ତାରିଖ ଦିନ ଏକ ରାୟ ପ୍ରକାଶ ପାଇଥିଲା । ଏହି ରାୟ ଅନୁସାରେ ଆଦିବାସୀ ଓ ହରିଜନ ମାନଙ୍କ ଜାତି ଭିତ୍ତିକ ସଂରକ୍ଷଣକୁ ପରିବର୍ତ୍ତନ କରି ଆର୍ଥିକ ଭିତ୍ତିକ ସଂରକ୍ଷଣ ଦିଆଯିବ ବୋଲି ପ୍ରକାଶ ପାଇଥିଲା । ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଆର୍ଥିକ ଭାବରେ ସ୍ୱଚ୍ଛଳ ଥିବା ଆଦିବାସୀ ଓ ହରିଜନ ପରିବାରକୁ ସଂରକ୍ଷଣ ପରିବର୍ତ୍ତେ ଆର୍ଥିକ ଭାବରେ ଦୁର୍ବଳ ପରିବାରକୁ ସଂରକ୍ଷଣ ଦିଆଯିବା କଥା ଉଲ୍ଲେଖ ଥିଲା ଏବଂ ଉକ୍ତ ରାୟକୁ ସମସ୍ତ ରାଜ୍ୟରେ ଲାଗୁ କରିବାକୁ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ମଧ୍ୟ ହୋଇଥିଲା । ଏହି ରାୟକୁ ବିରୋଧ କରି ଆଜି ସାରା ଦେଶରେ ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ମିଳିତ ଭାବରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ କରି ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ଡାକରାରେ କେସିଙ୍ଗା ଅଂଚଳର ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ମିଳିତ ଭାବରେ ଯୋଗ ଦେଇଥିଲେ । ଏହି ୧୨ ଘଂଟିଆ ବନ୍ଦ ଡାକରାରେ ସ୍କୁଲ୍‌, କଲେଜ୍‌,ବ୍ୟାଙ୍କ୍‌, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେବା ସହିତ ଯାନବାହନ ଚଳାଚଳ ମଧ୍ୟ ବନ୍ଦ୍‌ ଥିଲା । ଦୋକାନ ବଜାର, ଫଳ ପନିପରିବା ଦୋକାନ ମଧ୍ୟ ବନ୍ଦ ରହିଥିଲା । କେସିଙ୍ଗା ପୋଲିସ୍‌ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.