ବୈପାରିଗୁଡା ରାଜରାସ୍ତା ଉପରେ ବିଭିନ୍ନ ଦାବିକୁ ନେଇ ଗର୍ଜିିଲେ ଆଦିବାସୀ

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବିଶ୍ୱ ଆଦିବାସୀ ଦିବସ ଅବସରରେ ବୈପାରିଗୁଡା ବ୍ଲକରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଆଦିବାସୀ ମାନେ ସେମାନଙ୍କ ହକ୍‌କୁ ଅଣଆଦିବାସୀ ମାନେ ଛଡାଇ ନେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣି ଏକ ବିରାଟ ରାଲି କରି ବୈପାରିଗୁଡା ମୁଖ୍ୟ ରାଜରାସ୍ତା ଉପରେ ଆଦିବାସୀ ସଂଘ ସଦସ୍ୟଗଣ ଗର୍ଜିଥିଲେ । କେନ୍ଦ୍ର ଓ ରାଜ୍ୟସରକାର ଶ୍ରୀଘ ଏହାର ସମାଧାନ କରିବା ନେଇ ମଧ୍ୟ ବିଡିଓ ଭାସ୍କର ଚନ୍ଦ୍ର ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପ୍ରଦାନ କରିଛନ୍ତି । ବୈପାରିଗୁଡା ଠାରେ ବିିଭିନ୍ନ ଅଂଚଳରେ ବସବାସ କରୁଥିବା ହଜାର ହଜାର ଆଦିବାସୀ ଲୋକ ସ୍ଥାନୀୟ ପଶ୍ଚିମେଶ୍ୱର ମନ୍ଦିର ଠାରୁ ଏକ ବିଶାଳ ରାଲିରେ ବାହାରି ବ୍ଲକ ପରିସର ଭିତରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଦିବାସୀ ସଂଘ ପକ୍ଷରୁ ମୁଖ୍ୟତଃ ୧୦ ଗୋଟି ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ବେଳେ ସେଥି ମଧ୍ୟରେ ରହିଛି ଅନୁସୂଚିତ ଜନଜାତି ନାମରେ ସାଧାରଣ ବ୍ୟକ୍ତି ଜାଲିପଟ୍ଟା ଓ ଜାତିଗତ ପ୍ରମାଣପତ୍ର ହାତେଇ ଚାକିରି କରୁଥିବା ବେଳେ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କୋରାପୁଟ ଜିଲ୍ଲାରେ ଅଧିକ ଆଦିବାସୀ ଜନଜାତିର ଲୋକ ବସବାସ କରୁଥିବା ବେଳେ ସରକାରୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ଭିତ୍ତିକ ଚୟନ ବନ୍ଦ କରି ଜିଲ୍ଲା ଭିତ୍ତିକ ନିୟୁକ୍ତି ପ୍ରଦାନ କରିବା ଭଳି ବିଭିନ୍ନ ଦାବି ରହିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସମାଜର ସଭାପତି ମାନଙ୍କ ସହ ଭୁମିଆ ସମାଜର ନରେନ୍ଦ୍ର, ଲଲିତ ପୂଜାରୀ, ନାରାୟଣ କଦମ ଗୁଡିଆ, ଧନପତି ନାୟକ, ଜାଗା ମାଝୀ, ପରଜା ସମାଜର ଲଇଛନ ପରଜା, ପ୍ରଭୁନନ୍ଦ ଜାନୀ, ମଣି ଜାନୀ, ସୁନ୍ଦର ଜାନୀ, ଗଦବା ସମାଜର ମୋହନ ସିକର୍ଲିଆ, ପୂର୍ଣ୍ଣଚନ୍ଦ୍ର ଗଦବା, କନ୍ଧ ସମାଜର କୃଷ୍ଣ ସାନ୍ତାଙ୍କ ସହିତ ଅନ୍ୟ ସମାଜର ଭକ୍ତରାମ ନାୟକ, ଜଗନ୍ନାଥ ନାୟକ, ଡମ୍ବୁରୁ ମସିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.