ଅଗସ୍ତି ନୂଆଗାଁ ଚିଦାନନ୍ଦ ଦିବ୍ୟଧାମରେ ଆଧ୍ୟାତ୍ମିକ ସମାରୋହ

  • ସାମାଜିକ ବିଘଟନକୁ ପ୍ରତିହତ କରିବା ପାଇଁ ଆଧ୍ୟାତ୍ମିକତାବାଦ ଏକମାତ୍ର ପନ୍ଥା : ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ତାମ୍ପରା ହ୍ରଦ ନିକଟସ୍ଥ ଅଗସ୍ତି ନୂଆଗାଁ ଠାରେ ପ୍ରତିଷ୍ଠିତ ଚିଦାନନ୍ଦ ଦିବ୍ୟଧାମରେ ୨୯ ତାରିଖ ଦିନ ଆନ୍ତର୍ଜାତିକ ଦିବ୍ୟ ଜୀବନ ସଂଘ ଋଷିକେଶର ନୂତନ ମହାସଚିବ ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀଙ୍କ ସ୍ୱାଗତାର୍ଥେ ଏକ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ୱାମୀ ଅଦ୍ୱୈତାନନ୍ଦ ତାଙ୍କ ଭାଷଣରେ ସାମାଜିକ ବିଘଟନକୁ ପ୍ରତିହତ କରିବା ପାଇଁ ଆଧ୍ୟାତ୍ମିକତାବାଦ ଏକମାତ୍ର ପନ୍ଥା ବୋଲି ପ୍ରକାଶ କରିଥିଲେ । ଦିବ୍ୟଧାମର ପ୍ରତିଷ୍ଠାତା ବିପ୍ର ଚରଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ଭାବ ବିନିମୟ କରିଥିଲେ । ସ୍ୱାମୀ ଅକ୍ଷରାନନ୍ଦ, ସ୍ୱାମୀ ଗୁରୁ ଶରଣାନନ୍ଦ, ସ୍ୱାମୀ ବ୍ରହ୍ମାନନ୍ଦ, ସ୍ୱାମୀ ଅନନ୍ତାନନ୍ଦ, ସ୍ୱାମୀ ଧର୍ମାନନ୍ଦ, ସ୍ୱାମୀନୀ ସାମ୍ଭବୀ ପ୍ରିୟା, ରାଉରକେଲା ବେଦବ୍ୟାସର ସନ୍ଥ ସ୍ୱାମୀ ବ୍ରହ୍ମ ସାକ୍ଷାତକାରାନନ୍ଦ, ବର୍ଷିୟାନ କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ପ୍ରବଚକ ତଥା ଆଶ୍ରମ ଟ୍ରଷ୍ଟୀ ଶ୍ରୀଧର ଦାସ ଏବଂ ରାଜ କିଶୋର ମାର୍ଥା । ଆଶ୍ରମ ଦ୍ୱାରା ପରିଚାଳିତ ୧୦ ନିଶୁଳ୍କ ଡିଭାଇନ୍‌ ଶିକ୍ଷାକେନ୍ଦ୍ରର ପ୍ରାୟ ୨୦୦ ଛାତ୍ରଛାତ୍ରୀ, ୨୫ ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦିବ୍ୟ ଜୀବନ ସଂଘ ଶାଖାର ପ୍ରାୟ ୫୦୦ ଭକ୍ତ ଏଥିରେ ଯୋଗ ଦେଇଥିଲେ । ସମାଗମକୁ ଆଶୀର୍ବଚନ ଦେଇ ମୁଖ୍ୟ ଈଶ୍ୱର ତତ୍ତ୍ୱ ଅନୁଭବ ଆମ ଶିକ୍ଷାର ଲକ୍ଷ୍ୟ ଅତିଥ ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀ କହିଥିଲେ, ହେବା ଉଚିତ । ନିସ୍କାମ କର୍ମ, ନଷ୍କପଟ ସ୍ନେହ, ଅହଂକାର ଶୂନ୍ୟ ଜ୍ଞାନ ବିଷୟରେ ଶିକ୍ଷା ବାଲ୍ୟକାଳୁ ପ୍ରାପ୍ତ ହେବା ଉଚିତ । ତେବେ ଯାଇ ଯୁବାକାଳ ମଧ୍ୟ ସଂଯମିତ ହେବ । ସମାଜ ଓ ଦେଶ ହିତରେ ଯୁବାବସ୍ତା ବିନିଯୋଗ ହେବ । ତେଣୁ ଭାରତର ଭବିଷ୍ୟତ ଦାୟାଦଙ୍କ ଠାରେ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଶିକ୍ଷାର ବିକାଶ ହେବା ଆବଶ୍ୟକ । ତେବେ ଯାଇ ସମାଜ ସୁନ୍ଦର ଏବଂ ଦିବ୍ୟ ହୋଇପାରିବ । କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଟ୍ରଷ୍ଟୀ ରାଜେଶ କୁମାର ପାତ୍ର, ଗୋପୀ ନାଥ ମହାରଣ, ପ୍ରଫୁଲ୍ଲ କୁମାର ରଥ, ପ୍ରବାଚିକା ମମତା ପଟ୍ଟନାୟକ, ଶାନ୍ତି ଭୁଷଣ ପଣ୍ଡା, ପତିତ ପାବନ କରଣ ଏବଂ ଅନ୍ୟମାନେ । ଶେଷରେ ଛାତ୍ରଛାତ୍ରୀମାନେ ଶିକ୍ଷଣୀୟ ଏକାଙ୍କିକା ପରିବେଷଣ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨ ହଜାରରୁ ଅଧିକ ଭକ୍ତ ଯୋଗ ଦେଇଥିଲେ ।

Leave A Reply

Your email address will not be published.