ଇମ୍ପରିୟଲ କଲେଜରେ ଅଧିଷ୍ଠାନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜଠାରେ ନୂତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠିତ ହୋଇଥିବା ବିଭିନ୍ନ ସଂଗଠନର ଅଧିଷ୍ଠାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନ ଓ ଅଧ୍ୟାପକ ଦୁର୍ଗେଶ ଶତପଥୀଙ୍କ ସଂଯୋଜନାରେ ଖେଳ ପାଇଁ ‘ସୁଦିିିତି’, କଳା ପାଇଁ ‘ଅଭିବ୍ୟକ୍ତି’, ସଂସ୍କୃତି ପାଇଁ ‘ସଂସ୍କୃତି’, ସାମାଜିକ ଓ ପର୍ଯ୍ୟାବରଣ ପାଇଁ ‘ପ୍ରଗତି’ ନାମରେ ଚାରୋଟି ସଂଗଠନ କରାଯାଇ ଏହାର ଦାୟିତ୍ୱ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଛି । ଏହି ସଂଗଠନଗୁଡିକ ପ୍ରତ୍ୟେକମାସ ନିଜର କାର୍ଯ୍ୟପନ୍ଥା ସ୍ଥିର କରି ଏହାକୁ କାର୍ଯ୍ୟାନ୍ୱିତ କରିବେ ବୋଲି ଜଣାପଡିଛି । ଏ ଅବସରରେ ଅଧ୍ୟାପିକା ଯୁକ୍ତି ଅରୋରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାହ୍ନା ପଣ୍ଡା, ମନୋରଂଜନ ଦାଶ, ମନସ୍ୱିନୀ ମିଶ୍ର, ରୋହିତ ସାହୁଙ୍କ ସହ ଅନ୍ୟ ଛାତ୍ରଛାତ୍ରୀମାନେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.