କଟକ : ଆଗାମୀ ରଣଜୀ ଟ୍ରଫି ସିଜନକୁ ଦୃଷ୍ଟିରେ ରଖି ୨ଟି ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ବୁଧବାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସିନିୟର ଚୟନ କମିଟି ବୈଠକ ବସି ୧୭ ଜଣିଆ ଦଳ ମନୋନୟନ କରାଯାଇଛି । ଓସିଏ କନ୍ଫରେନ୍ସ ହଲ୍ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲିକ ଖେଳାଳି ତାଲିକା ଘୋଷଣା କରିଥିଲେ । ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି । ସ୍ୱସ୍ତିକ ସାମଲ, ତାରିଣୀ ସ’, କାର୍ତ୍ତିକ ବିଶ୍ୱାଳ, ସୌରଭ କନୋଜିଆ ଚଳିତବର୍ଷ ନୂଆ ମୁହଁଭାବେ ରଣଜୀ ପଦାର୍ପଣ କରିବା ସୁଯୋଗ ପାଇଛନ୍ତି । ଓଡ଼ିଶା ଏହାର ପ୍ରଥମ ମ୍ୟାଚ୍ ବରୋଦା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ସ୍ଥାନୀୟ ବିକାଶ ସ୍କୁଲ ପଡ଼ିଆରେ ଚଳିତ ମାସ ୧୩ ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହେବ ।
Prev Post
Next Post