କୃଷି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ କୃଷି ଜିଲ୍ଲା ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରୁ ଏକ କୃଷି ରଥ ଗୁରୁବାର ଗ୍ରାମ୍ୟ ପରିଭ୍ରମଣରେ ବାହାରିଛି । କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ଜୁନୋମୟୀ ମହାନ୍ତି ସବୁଜ ପତାକା ଦେଖାଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଉକ୍ତ ରଥ ଛତ୍ରପୁର ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ପରିଭ୍ରମଣରେ ଜନସଚେତନତା ଅଭିଯାନରେ ବାହାରିଛି । କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଚାଷୀଙ୍କୁ ସଚେତନତା କରିଇ । ଏହି ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ଦାଶ, କୃଷି ଅଧୀଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ଶ୍ରୀମତୀ ନୁଁନୁ ସେଠୀ, ବ୍ଲକ ଟେକ୍ନୋଲୋଜି ମ୍ୟାନେଜର ଶ୍ରୀମତୀ ସ୍ମୃତି ସ୍ମରଣିକା ସାହୁ, ସହକାରୀ ଟେକ୍ନୋଲୋଜି ମ୍ୟାନେଜର ଗୋପୀନାଥ ଦାସ, ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ୱାଇଁ, ମୌସୁମୀ ବେହେରା, ନିହାରିକା ପଣ୍ଡା, ରୋଜାଲିନ ପାତ୍ର ଏବଂ ସୋନାଲି ମହାନ୍ତି ପ୍ରମୁଖ ବହୁ ଗଣ୍ୟମାନ୍ୟ ଯନ୍ତ୍ରୀ, କୃଷି ଓ ବୈଷୟିକ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.