ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଯୋଗାଣ ଅଧିକାରୀ ଦେବାଶିଷ ମେହେରଙ୍କ ୨୭ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଇକମାଲ ସ୍ଥିତ ବୃଦ୍ଧାଶ୍ରମରେ ପାଳନ କରାଯାଇଛି । ଏହି ଅବସରରେ ଅନ୍ତୋନିବାସିନୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରୀ ମେହେରଙ୍କ ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ସହ ଅନ୍ତୋନିବାସୀଙ୍କ ଆର୍ଶିବାଦ କ୍ଷମା କରିଥିଲେ । ଅନ୍ତୋନିବାସୀଙ୍କ ପାଇ ଏକ ମାସର ଚାଉଳ, ତେଳ ପନିପରିବା, ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ନଗଦ ୫ ହଜାର ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଡ ବୁଲୁ ବାରିକ, ଗିରିଧାରୀ ପୁରୋହିତ, ଯୋଗେନ୍ଦ୍ର ଭୋଇ, ସୁମିତ ତ୍ରିବେଦୀ, ପିଣ୍ଟୁ ଭୋଇ, ଗୋକୁଳା ପ୍ରଧାନ, ରାଜେଶ ସା, ପ୍ରତାପ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Next Post