ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଦେବାଶିଷ ମହାନ୍ତି ସୋମବାର ଯୋଗଦାନ କରି ଦାୟିତ୍ୱ ବହନ କରିଛନ୍ତି । ପୂର୍ବରୁ ସେ କୋଦଳା ଥାନା ଅଧିକାରୀଥିଲେ ଏଵଂ ସେ ପୁରୀ ଜିଲ୍ଲାର ଡେଲାଙ୍ଗ ଥାନାରେ ଦାୟିତ୍ୱରେ ରହି ଭଲ ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଆସିଥିଲେ । ଛତ୍ରପୁର ଯେହେତୁ ଜିଲ୍ଲା ସଦରମହକୁମା ଛତ୍ରପୁର ଥାନାରେ ମଧ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।