om academy

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବରଗଡ଼ ଗସ୍ତ : ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟ ସମିକ୍ଷା

jsm
  • ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିବା ସହ ସରକାରଙ୍କ ସମସ୍ତ ସେବା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଦେଲେ ନିର୍ଦ୍ଦେଶ

ବରଗଡ଼, (ନିରୋଜ କୁମାର ପାଣୀ) : ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ସରକାରୀ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି । ସରକାରୀ ଅଧିକାରୀମାନେ ଠିକ୍ ଭାବେ କାର୍ଯ୍ୟ କଲେ ସରକାରୀ ବ୍ୟବସ୍ଥା ସୁଦୃଢ ହୋଇପାରିବ । ଗରିବ ସାଧାରଣ ଲୋକଟିଏ କିଭଳି ଉପଯୁକ୍ତ ସେବା ଓ ନ୍ୟାୟ ପାଇପାରିବ ସେଥିପାଇଁ ସମସ୍ତ ଅଧିକାରୀ ତୃଣମୂଳ ସ୍ତରରୁ ପଦକ୍ଷେପ ନେବା ନିତାନ୍ତ ଜରୁରୀ । ଏହି ଉଦେଶ୍ୟକୁ ପୁରଣ କରିବା ପାଇଁ ଜିଲ୍ଲାର ତୃଣମୂଳ ସ୍ତରରୁ ଆରମ୍ଭ କରି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସକ୍ରିୟ ଏବଂ ସମନ୍ୱୟ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିବା ସହ ସାଧାରଣ ଲୋକମାନେ କିଭଳି ଉପଯୁକ୍ତ ନ୍ୟାୟ ଏବଂ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମିକ୍ଷା ବୈଠକରେ ମତବ୍ୟକ୍ତ କରିଛନ୍ତି । ‘ବର୍ତ୍ତମାନର ସରକାର ଲୋକଙ୍କ ସରକାର, ତେଣୁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଠିକ୍‌ ସମୟରେ ସମାପ୍ତ ହେବା ଦରକାର’ କହିବା ସହ ଜିଲ୍ଲାରେ ସାଂସଦ ଏବଂ ବିଧାୟକ ପାଣ୍ଠିର ସୁବିନିଯୋଗ କରିବା, ସମସ୍ତ ଉନ୍ନତି ମୂଳକ କର୍ଯ୍ୟର ସଠିକ୍‌ ତଦାରଖ ସହ ଅଧାରେ ଅଟକି ରହିଥିବା କିମ୍ବା ଆରମ୍ଭ ହୋଇନଥିବା କର୍ଯ୍ୟ ଗୁଡିକୁ ଅଗଷ୍ଟ ମାସ ୧୫ରୁ ୩୦ ତାରିଖ ସୁଧା ସମାପ୍ତ କରିବା ପାଇଁ ଜିଲ୍ଲାର ସମସ୍ତ ବିଡିଓ ଏବଂ କାର୍ଯ୍ୟ ନିର୍ବାହି ଅଧିକାରିଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ଆବାଶ୍ୟକ ସ୍ତଳେ ସ୍ଥନୀୟ ସାଂସଦ ଏବଂ ବିଧାୟକ ଏହି କାର୍ଯ୍ୟରେ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଦୀର୍ଘ ୭୫ ବର୍ଷ ପୂର୍ବେ ହିରାକୁଦ ନଦୀବନ୍ଧ ଯୋଜନାରେ ବାସହୀନ ହୋଇଥିବା ସମସ୍ତ ପରିବାରର ଅନ୍ତତଃ ତୃତୀୟ ପିଢିକୁ ଜମିପାଟ୍ଟା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଏବଂ ସମସ୍ତ ତହସିଲଦାରଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେବା ସହ ଜିଲ୍ଲାର ସମସ୍ତ ଚାଷ ଜମିରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ଅଚଳ ଥିବା ଜଳ ଯୋଗାଣ ପ୍ରକଳ୍ପ ଏବଂ ନଳକୂପ ଗୁଡିକୁ ଯଥାଶିଘ୍ର କାର୍ଯ୍ୟକ୍ଷମ କରିବା, ସମସ୍ତ ରାସ୍ତାଘାଟ ଏବଂ ପୋଲ ଗିଡିକର ଗୁଣାତ୍ମକ ନିର୍ମାଣ କାର୍ଯ୍ୟ ସୁନିଶ୍ଚିତ କରିବା, ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବାଲି, ପଥର ଭଳି ପ୍ରାକୃତିକ ସମ୍ପଦର ବିକ୍ରି, ତଦାରଖ କରି ସେଗୁଡିକର ସୁବିନିଯୋଗ କରିବା ଓ ଉପରିସ୍ଥ ଅଧିକାରୀ ଏବଂ ପୋଲିସ୍‌ର ସହାୟତା ନେଇ ବାଲି, ପଥର ଚୋରି ରୋକିବା, ସମସ୍ତ ଘରେ ବିଜୁଳୀ ଏବଂ ଜଳ ଯୋଗାଣକୁ ଶୁନିଶ୍ଚିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶାର କୃଷି ଏବଂ କୃଷକଙ୍କ ଉନ୍ନତି ନିମନ୍ତେ ମୋହନ ସରକାରଙ୍କ ଆଭିମୁଖ୍ୟ ସ୍ଵଷ୍ଠ କରିବା ସହ ଆଗାମୀ ଖରିଫ ଋତୁ ପୂର୍ବରୁ ଜିଲ୍ଲାର ସମସ୍ତ ମାର୍କେଟ୍ ୟାଡ୍ ଠାରେ ପାନୀୟ ଜଳ, ଶୌଚାଳୟ ଏବଂ ଗୋଦାମ ଗୃହ ଭଳି ସର୍ବନିମ୍ନ ସୁବିଧା ଯୋଗାଇବା ଏବଂ ଧାନ ମଣ୍ଡିରେ ଦଲାଲି ରାସ୍ତା ବା କଟନି ଛଟନିକୁ ବନ୍ଦ କରିବା ଲାଗି ଯୋଜୋନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜିଲ୍ଲାର ବିଭିନ୍ନ ସହରାଂଚଳରେ ସରକାରୀ ଜମିକୁ ଅସାଧୁ ବ୍ୟକ୍ତିମାନେ ଜବରଦଖଲ କରି ରଖିଥିବା ସଂକ୍ରାନ୍ତରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ସମସ୍ତ ତହସିଲ ଅଂଚଳରେ କେତେ ସରକାରୀ ଜମି ଅସାଧୁ ବ୍ୟକ୍ତିଙ୍କ ଜବରଦଖଲରେ ରହିଛି ସେ ସଂକ୍ରାନ୍ତରେ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ କର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ ମହତ୍ କାର୍ଯ୍ୟକ୍ରମ ଗୁଡିକର ସୁଫଳ କିଭଲି ଲୋକେ ତୃଣମୂଳ ସ୍ତରରେ ସହଜରେ ପାଇ ପାରିବେ ସେଥିନିମନ୍ତେ କାର୍ଯ୍ୟ କରିବା ପାଇଁ ଗୁରୁତ୍ୱାରୋପ ଦେବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ପୂଜାରୀ ନିର୍ଦେଶ ଦେବା ସହ ଉପସ୍ଥିତ ସମସ୍ତ ଅଧିକାରୀ ଧନ୍ୟବାଦ ଦେଇଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମୀଳନି କକ୍ଷଠାରେ ଅୟୋଜିତ ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଯଥା ଅଶ୍ୱିନୀ ଶଡଙ୍ଗୀ, ସନତ ଗଡତିୟା, ନିହାର ମହାନନ୍ଦ ଏବଂ ଇରାଶିସ ଅଚାର୍ଯ୍ୟଙ୍କ ସମେତ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁରେଶ୍ୱର ଶତପଥି ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ୟା ଗୁଡିକର ସମାଧାନ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ସମସ୍ତ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ସି॰ କୁଣାଲ ମୋତିରାମ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ବରଗଡ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଶ୍ରୀମତୀ ମଧୁଛନ୍ଦା ସାହୁ, ବରଗଡ ଉପଜିଲ୍ଲାପାଳ କୁମାର ନାଗଭୁଶଣ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଏବଂ ତହସିଲଦାର ବୈଠକରେ ଉପସ୍ଥିତ ରହି ନିଜ ବିଭାଗର କାର୍ଯ୍ୟ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.