ନିର୍ବାଚନ ସୁପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲାରେ ନିଯୁକ୍ତ ସେକ୍ଟର ଅଧିକାରଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ.ଏସ୍‌ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅନ୍ତର୍ଗତ ୧୦ -ବଲାଙ୍ଗିର ସଂସଦୀୟ କ୍ଷେତ୍ର ସହ ୬୪ ବୀରମହାରାଜପୁର ଓ ୬୫ ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିଯୁକ୍ତ ହୋଇଥିବା ୭୦ ଜଣ ସେକ୍ଟର ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଲ ତାଲିମ କାର୍ଯ୍ୟକ୍ରମ ଅବସରରେ ନିର୍ବାଚନ ବିଧି ବ୍ୟବସ୍ଥା ସହ ସେକ୍ଟର ଅଧିକାରୀଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବିସ୍ତୃତ ଭାବେ ଅବଗତ କରିଛନ୍ତି । ସେ ବିଶେଷ ଭାବେ ନିରପେକ୍ଷ ହୋଇ ନିର୍ବାଚନ ଗାଇଡ଼ ଲାଇନ୍‌ର ଅନୁପାଳନକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ ମତଦାନ ପାଇଁ ବୁଥ୍ ସ୍ତରୀୟ ପୂର୍ବ ପ୍ରସ୍ତୁତି ଉପରେ ସୁନିଶ୍ଚିତ ହେବା ସହ ମତଦାନ ଦିନ ନିର୍ବାଚନ ସଂକ୍ରାନ୍ତୀୟ ତଥ୍ୟ ନିର୍ଦ୍ଧିଷ୍ଟ ସମୟ ଅବଧିରେ ପ୍ରେରଣ କରିବା ସହ ନିଜେ ସମ୍ପୃକ୍ତ ଅଞ୍ଚଳର ସୁବିଧା ଅସୁବିଧା ସମ୍ପର୍କରେ ଉଚିତ ପଦାଧିକାରୀଙ୍କୁ ସୂଚନା ଦେବାକୁ ଗୁରୁତ୍ୱାରୋପ କରିଛନ୍ତି । ସାଧାରଣ ର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଲିଆଜନ ଅଧିକାରୀ ତଥା ସି.ଏସ୍‌. ଓ ସୁରେଶ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ନିର୍ବାଚନ ସମ୍ପୃକ୍ତ କ୍ଷେତ୍ର ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର୍‌ କୃଷ୍ଣମୋହନ ସିଂ ନିଯୁକ୍ତ ସେକ୍ଟର ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.