ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗିଲାରେ ଅଗ୍ନିକାଣ୍ଡ : ଫୋନ୍ କଲେ ବି ଆସିଲେନି ଅଧିକାରୀ

  • ନିଆଁ ଲିଭାଇଲେ ସାମ୍ବାଦିକ ଆଉ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ସଦର ମହକୁମା ଦପ୍ତରାଞ୍ଚଳ ଛତ୍ରପୁର ସ୍ଥିତ ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶନିବାର ସକାଳୁ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଥିପତ୍ର, ଯାନ୍ତ୍ରିକ ଦ୍ରବ୍ୟ, କମ୍ପ୍ୟୁଟର ସହ ଜଳି ପୋଡି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାଯାଇଛି । ସୂଚନା ମୁତାବକ ଆଜି ସକାଳୁ ସକାଳୁ ଅଫିସ ପରିସରରୁ ନିଆଁ ବାହାରୁଥିବା ଦେଖିଥିଲେ ଛତ୍ରପୁର ପ୍ରେସ ବ୍ଲବର ସଦସ୍ୟ ତଥା ସାମ୍ବାଦିକ ବିସ୍ମୟ ପ୍ରଧାନ ସେ ତୁରନ୍ତ ସମାଜ ମଙ୍ଗଳ ଅଧିକାରୀଙ୍କୁ ଫୋନ କରିଥିଲେ ହେଲେ ବାରମ୍ବାର ଫୋନ କରିବା ସତ୍ୱେ ଅଧିକାରୀ ଜଣଙ୍କ ଫୋନ ଉଠାଇନଥିଲେ । ପରବର୍ତ୍ତୀ ସମୟରେ ସାମ୍ବାଦିକ ଜଣଙ୍କ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଫୋନ କରିଥିଲେ । ଘଟଣା ସ୍ଥଳରେ ବିଧାୟକ ତୁରନ୍ତ ପହଁଚିବା ପରେ ଉଭୟେ ମିଶି ବାଲଟି ସାହାର୍ଯ୍ୟରେ ପାଣି ପକାଇଥିଲେ ଏହା ସହ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ ବାହିନୀ ପହଁଚିବା ପରେ କବାଡ଼ ଭଙ୍ଗାଯାଇ ନିଆଁକୁ ଆୟତ୍ତ କରିବା ପରେ ଅଫିସ କର୍ମଚାରୀ ପହଁଚିଥିଲେ । କୌଣସି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଏ । ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଁଚି ତଦନ୍ତ ଚଲାଇଛି । ବିଧାୟକ ଏବଂ ସାମ୍ବାଦିକଙ୍କ ଉଦ୍ୟମ ପାଇଁ ବଡ଼ ଅଗ୍ନିକାଣ୍ଡରୁ ସମ୍ପୂର୍ଣ୍ଣ ଅଫିସ ଧ୍ଵଂସ ମୁଖରୁ ବର୍ତ୍ତିଯାଇଛି । ବେଳେ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି । ତେବେ ଅଫିସର କର୍ମଚାରୀମାନେ ବିଳମ୍ବରେ ପହଞ୍ଚିବା ହେତୁ ତାଲା ଖୋଲା ଯାଇ ନ ପାରି ବ୍ୟାପକ କ୍ଷୟକ୍ଷତି ଘଟିଗଲା । ପ୍ରତ୍ୟେକ ଅଫିସ୍ ମାନଙ୍କରେ ଫାୟାର୍ ସେଫ୍ଟି ଅବା ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରାଯିବା ସାଂଗକୁ ରାତ୍ରି ଜଗୁଆଳି ରହିବା ଆବଶ୍ୟକ ବେଳେ ଏହି ଜିଲ୍ଲା କାର୍ଯାଳୟରେ କିପରି ଜିଲ୍ଲା ଅଧିକାରୀ ଏଭଳି ଦାୟିତ୍ଵ ନିର୍ବାହରେ କାର୍ଯ୍ୟନିଷ୍ଠାପରତା ରେ ଅବହେଳା ପ୍ରଦର୍ଶନ କରିଛନ୍ତି, ସେ ଦିଗରେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

jittmm
Leave A Reply

Your email address will not be published.