ଉଦ୍ଭିଦ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ୨୦୨୪ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନର ଫଳ ପ୍ରକାଶ ପାଇଛି । ଉଦ୍ଭିଦ ବିଜ୍ଞାନ ବିଭାଗରେ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞ୍ୟା ପରୀମିତା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଗାଇସିଲଟ ବ୍ଲକ ବୁରୋମୁଣ୍ଡା ସରକାରୀ ରାଜ କୁମାର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଞ୍ଚାନନ ମାଝୀଙ୍କ ସୁପୁତ୍ରୀ ଓ ମା’ ରୀନା ମାଝୀ ଜଣେ ଗୃହିଣୀ । ପ୍ରଜ୍ଞ୍ୟା ଗାଇସିଲଟ ଶିଶୁ ମନ୍ଦିର ତଥା ଓଡ଼ିଆ ଆଦର୍ଶ ବିଦ୍ୟାଳୟର ଜଣେ କୃତୀ ଛାତ୍ରୀ ଥିଲେ । ତାଙ୍କ ସଫଳତା ପାଇଁ ଅଧ୍ୟାପକ ସଂଜୀବ କୁମାର ଦାସଙ୍କୁ ପ୍ରଜ୍ଞ୍ୟା ଶ୍ରେୟ ପ୍ରଦାନ କରିଥିବା ବେଳେ ଭବିଷ୍ୟତରେ ଜଣେ ଭଲ ପ୍ରଫେସର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.